ଆଜି ୩୦୦୦ ଭଉଣୀଙ୍କର ଭାଇ ଏହି ପୋଲିସ ଇନ୍ସପେକ୍ଟର, ଗୋଟେ ଫୋନ କରିବା ମାତ୍ରେ ଭଉଣୀ ମାନଙ୍କ ପାଖକୁ ପଠାଇ ଦେଇଥାଏ ସହାୟତା

ସାଧାରଣ ଭାବ ରେ ଝିଅ ମାନେ ମହିଳା ଥାନା ଓ ପୋଲିସ ନା ଶୁଣି ଡରିଥାନ୍ତି I କାରଣ ଅଧିକାଂଶ କ୍ଷେତ୍ର ରେ ପୋଲିସ ଝାମେଲା ରେ ପଡ଼ିବାକୁ କେହି ବି ଝିଅ ଚାହିଁ ନ ଥାନ୍ତି I କିନ୍ତୁ ମଧ୍ୟପ୍ରଦେଶ ରେ ଏପରି ଏକ ପୋଲିସ କର୍ମୀ ଅଛନ୍ତି ଯାହାଙ୍କୁ ମହିଳା ମାନେ ସେଠାରେ ଡରନ୍ତି ନାହିଁ I

ଆମେ ଆଜି ଏଠାରେ ଆଲୋଚନା କରୁଛେ ୱିଣ୍ଡୋର ରେ ଲୋକାଯୁକ୍ତ ଇନ୍ସପେକ୍ଟର ସତୀଶ ପଟେଲ ଙ୍କ ବାବଦ ରେ I ସେ ମୂଳରୂପ ରେ ଖରଗନ ରେ ଜନ୍ମ ଗ୍ରହଣ କରିଥିଲେ I ସତୀଶ ପ୍ରତିବର୍ଷ ଥାନା ଙ୍କୁ ତାଙ୍କ ଭଉଣୀ ମାନଙ୍କୁ ଡାକି ରାକ୍ଷୀ ବାନ୍ଧିଥାନ୍ତି I ସତୀଶ ଦିନେ ତାଙ୍କ ର ଏକ ଘଟଣା ସମ୍ପର୍କ ରେ ଉଲେଖ କରି ଏହା କହିଥିଲେ 2015 ରେ ଦିନେ ଏକ ରାକ୍ଷୀ ଅବସର ରେ ଛପରା ଥାନା ରେ ତାଙ୍କ ର ପୋଷ୍ଟିଙ୍ଗ ହେଇଥିଲା I ସମସ୍ତଙ୍କ ହାତ ରେ ରାକ୍ଷୀ ବନ୍ଧା ଯାଇଥିଲା କିନ୍ତୁ ତାଙ୍କ ହାତ ଖାଲି ରହିଥିଲା I

ସତୀଶ ଙ୍କ କହିବା ଅନୁସାରେ ତାଙ୍କ ମୁଣ୍ଡ ରେ ଏକ ବୁଦ୍ଧି ଆସିଥିଲା ଓ ସେ ତାଙ୍କ ଭାଟସାପ ଗ୍ରୁପ ରେ ଏକ ମ୍ୟାସେଜ କରିଥିଲେ କି ସତୀଶ ତୁମ ଭାଇ ଓ ଏହି ଅଂଚଳ ର ସବୁ ମହିଳା ଙ୍କ ର ସୁରକ୍ଷା ଦେବା ମୋ କାର୍ତ୍ୟବ୍ୟ ଅଟେ I ତେଣୁ ଏଠାକାର ଯେଉଁ ଭଉଣୀମାନେ ମୋତେ ରାକ୍ଷୀ ବାନ୍ଧିବାକୁ ଇଛୁକ ଥାନା ରେ ଆସି ମୋତେ ରାକ୍ଷୀ ବାନ୍ଧିପରିବେ I

ତାଙ୍କ ର ଏହି ମ୍ୟାସେଜ ଦେଖିବା ପରେ ଏହା ଧୀରେ ଧୀରେ ଭାଇରଲ ହେବାରେ ଲାଗିଥିଲା I ଏବଂ ଜଣେ ମହିଳା ଇନ୍ସପେକ୍ଟର ବି ତାଙ୍କୁ ପଚାରିଥିଲେ ସାର କଣ ମୁ ଆପଣ ଙ୍କୁ ରାକ୍ଷୀ ବାନ୍ଧିପାରିବି I ଏବଂ ସେ ତୁରନ୍ତ ସେ ହାତ ଦେଖାଇଥିଲେ I ଏବଂ ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ 70 ଜଣ ମହିଳା ଆସି ତାଙ୍କୁ ରାକ୍ଷୀ ବାନ୍ଧିଥିଲେ I ଯେଉଁଥିରେ କିଛି ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମଧ୍ୟ ଥିଲେ I

ସେ ଦିନ ଆରମ୍ଭ ହେଇଥିବା ଏହି ଘଟଣା ଆଜିପର୍ଯ୍ୟନ୍ତ ବି ଜାରି ରହିଛି I ରାକ୍ଷୀ ହେଉ କି ଜନ୍ମାଷ୍ଟମୀ ଅନେକ ଦୂର ଦୂର ରୁ ସେହି ଥାନା କୁ ଆସି ଉକ୍ତ ଇନ୍ସ୍ପେକ୍ଟରଙ୍କୁ ମହିଳା ମାନେ ରାକ୍ଷୀ ବାନ୍ଧିଥାନ୍ତି I ଭଉଣୀ ଙ୍କ ର ସ୍ନେହ ପାଇଥାନ୍ତି ଓ ଏହା ସହ ମହିଳା ଙ୍କ ର ସୁରକ୍ଷା ର ବି ପ୍ରତିଶୃତି ସେ ଦେଇଥାନ୍ତି I

ରାକ୍ଷୀ ବାନ୍ଧିଥିବା ପ୍ରତି ମହିଳା ଙ୍କ ପାଖ ରେ ସତୀଶ ଙ୍କ ର ମୋବାଇଲ ନମ୍ବର ରହିଛି I ଏବଂ ଯେତେବେଳେ ବି ସେ କୌଣସି ସମସ୍ୟା ରେ ଥିବେ ନିଶ୍ଚିତ ରୂପେ ତାଙ୍କ ଭାଇ ଙ୍କୁ ସେ ଫୋନ କରିପାରିବେ ବୋଲି ମଧ୍ୟ ସେ କହିଛନ୍ତି I ଏପରି ସେ ନିଜ ଭଉଣୀ ଙ୍କ ର ସହାୟତା ରେ ଅନେକ ଆରୋପି ଙ୍କୁ ବି ଗିରଫ କରିଛନ୍ତି I

Leave a Reply

Your email address will not be published. Required fields are marked *