ଗୋଟେ ମଜାରେ ମଜାରେ ଆରମ୍ଭ ହେଇଥିଲା ବିରୁ ଓ ଆରତୀ ଙ୍କ ର ପ୍ରେମ, ଏମିତି ଥିଲା ତାଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣ ମଧ୍ୟ କହିବେ ବିରୁ ତମେ ପ୍ରେମ କୁମାର

ଭାରତୀୟ କ୍ରିକେଟ ର ଧୁରନ୍ଧର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେବାଗ ଆଜି ନିଜ ର 40ତମ ଜନ୍ମ ଦିବସ ପାଳନ କରିଛନ୍ତି I ବିରୁ ଆଜିକା ସମୟ ରେ କ୍ରିକେଟ ରୁ ସନ୍ୟାସ ନେଇଯାଇଛନ୍ତି କିନ୍ତୁ ତାଙ୍କ ର କରିଥିବା ରେକର୍ଡ କୁ ଭୁଲିବ ସହଜ ନୁହେଁ I କ୍ରିକେଟ ଛଡ଼ା ସେ ନିଜ ର ମଜାଳିଆ ଟ୍ୱିଟ ପାଁଇ ବି ସର୍ବଦା ଚର୍ଚା ରେ ରହିଥାନ୍ତି I

7. ବର୍ଷ ବୟସ ରେ ବିରୁ ଙ୍କ ର ସାକ୍ଷ୍ୟାତ 5 ବର୍ଷ ର ଆରତୀ ଙ୍କ ସହ ହେଇଥିଲା 21 ବର୍ଷ ବୟସ ରେ ପ୍ରଥମ ଥର ବିରୁ ଆରତୀ ଙ୍କୁ ପ୍ରପୋଜ କରିଥିଲେ I ବିରୁ କହିଲେ କି ସେ 2002 ରେ ଆରତୀ ଙ୍କୁ ମଜାକ ରେ ପ୍ରପୋଜ କରିଥିଲା କିନ୍ତୁ ଆରତୀ ଏହା କୁ ସିରିଏସ ରେ ନେଇଥିଲେ ଏବଂ ହଁ କରିଦେଇଥିଲେ I ଏହାପରେ ବିରୁ ଓ ଆରତୀ ଦୀର୍ଘ 3 ବର୍ଷ ପ୍ରେମ ସମ୍ପର୍କ ରେ ରହିଥିଲେ I ଏବଂ 2004 ରେ ସେ ଦୁହେଁ ବିବାହ କରିଥିଲେ I ବର୍ତମାନ ବୀରେନ୍ଦ୍ର ସେହେବାଗ ଓ ଅଗତି ଙ୍କ ର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି I ତାଙ୍କ ର ନାମ ଆର୍ଯ୍ୟବିର ଓ ବେଦାନ୍ତ ଅଟେ I

1997 ମସିହା ରେ ବୀରେନ୍ଦ୍ର ସେହେବାଗ ନିଜ ର କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି ଏହା ପରେ 1998 ରେ ବିରୁ ନର୍ଥନ ଜନ କ୍ରିକେଟ ଦଳ ପାଁଇ ଦିଲୀପ ଟ୍ରଫି ରେ ଖେଳିଥିଲେ I ଏବଂ ସେଥରେ ସେ ଭଲ ସ୍କୋର ବି କରିଥିଲେ I ଏହା ପରେ ସେ ଅଣ୍ଡର 19 ପାଁଇ ଚୟନ ହେଇଥିଲେ I

1999 ରେ ପାକିସ୍ତାନ ବିପକ୍ଷ ରେ ବିରୁ ପ୍ରଥମ ଥର ଭାରତୀୟ ଦଳ ପାଁଇ ଖେଳିବା ର ସୁଯୋଗ ପାଇଥିଲେ I ସେ ସମୟ ରେ କେବଳ 1 ରନ କରିକି ହିଁ ସେ ଆଉଟ ହେଇଥିଲେ I ଏହା ପରେ ବିରୁ 20 ମାସ ପର୍ଯ୍ୟନ୍ତ ଦଳ ରେ ଖେଳିବାର ସୁଯୋଗ ପାଇ ନ ଥିଲେ I ଏହାପରେ 2001 ରେ ପୁଣି ବୀରେନ୍ଦ୍ର ସେହେବାଗ ଦଳ ରେ ଖେଳିବାର ସୁଯୋଗ ପାଇଥିଲେ ଓ ଓପନିଂ ବି କରିଥିଲେ I

Leave a Reply

Your email address will not be published. Required fields are marked *